Sanja Sakale: Odia only, ISBN: 9781645600947
Sanja Sakale: Odia only
  • By (author) Mishra Sukant

Available for Order

HKD $124.00

within 14 to 24 business days
Brief Description

ଏକ ଶତ (୧୦୦) ଟି ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଂଗୃହୀତ ହୋଇ ଏହି ସଙ୍କଳନରେ ଉପସ୍ଥାପିତ କରାଯାଇଛି । ଏଥିରୁ ଗୋଟିଏ ଦୁଇଟିକୁ ବାଦ ଦେଲେ, ବାକି ସମସ୍ତ ଭକ୍ତି ସଙ୍ଗୀତ ୧୯୬୧ ରୁ ୧୯୯୦ ମଧ୍ୟରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରୁ ଉଦ୍ଧୃତ ହୋଇଛି । ୧୯୬୧ ରୁ ୧୯୯୦ - ଏହି ୩୦ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ୍ଟକ୍ଷୟରଦ୍ଭ ଋକ୍ସବ ବା ସୁବର୍ଣ୍ଣ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟ ସୀମାରେ - କାହାଣୀ, ଅଭିନୟ, ନିର୍ଦ୍ଦେଶନା ଓ ସଙ୍ଗୀତ - ପ୍ରତିଟି ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପରାକାଷ୍ଠାର ଚରମ ସୋପାନରେ ଉତ୍ତୀର୍ଣ୍ଣ ହୋଇଥିଲା । ତେଣୁ କହିବା ବାହୁଲ୍ୟ ଯେ ଏହି ଚଳଚ୍ଚିତ୍ର ମାନଙ୍କର ଭକ୍ତି ସଙ୍ଗୀତ ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇଥିଲା । ପରିବେଷଣ ଶୈଳୀ ଅନୁସାରେ ଚଳଚ୍ଚିତ୍ର ଭକ୍ତି ସଙ୍ଗୀତ ଗୁଡିକ ମୁଖ୍ୟତଃ ତିନିଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ । ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉଛନ୍ତି ସେହି ଭକ୍ତିଗୀତ ଯାହାର ରଚନା ଓ ସ୍ୱର ପରିବେଷଣ ଉଭୟ ପାରମ୍ପରିକ ଶୈଳୀରେ ହୋଇଛି - ଯଥା - ଭଜୁ କିନା ରାମ ନାମ (କନକଲତା - ୧୯୭୪), ବାଧିଲା ଜାଣି କ୍ଷମା (ମୁକ୍ତି - ୧୯୭୭) । ଦ୍ୱିତୀୟ ଶ୍ରେଣୀରେ ଗୃହୀତ ହୋଇଥିବା ଭକ୍ତି ଗୀତ ଗୁଡିକର ରଚନା ପାରମ୍ପରିକ, କିନ୍ତୁ ସ୍ୱର ନୂତନ ଶୈଳୀରେ ପ୍ରସ୍ତୁତ ହୋଇଛି - ଉଦାହରଣ ସ୍ୱରୂପ ବିଶ୍ୱ ଜୀବନ ହେ (ଅସ୍ତରାଗ - ୧୯୮୨), ଆହେ ଦୟାମୟ ବିଶ୍ୱ ବିହାରୀ (ବଳିଦାନ - ୧୯୭୮) । କିଛି ପାରମ୍ପରିକ ଗୀତର କିୟଦଂଶ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ସତ୍ତ୍ୱେ ଭଜନ ଗୁଡିକ ଏ ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କରାଗଲା । ପରିଶେଷରେ ତୃତୀୟ ଶ୍ରେଣୀରେ ଥିବା ଭକ୍ତିଗୀତର ରଚନା ହେଉଛି ନୂତନ ଓ ପରିବେଷଣ ଶୈଳୀ ମଧ୍ୟ ନୂତନ - ଉଦାହରଣ - ସଞ୍ଜ ସକାଳେ ତୁମ ଛବି ଖୋଜେ (ସ୍ତ୍ରୀ - ୧୯୬୮), ଜଗତର ନାଥ ଆହେ ଜଗନ୍ନାଥ (ଚିହ୍ନା ଅଚିହ୍ନା - ୧୯୭୯) । ଏହି ସଙ୍କଳନର ଅଧିକାଂଶ ଗୀତ ଏହି ଶେଷ ଶ୍ରେଣୀଭୁକ୍ତ ।
show more


Book Details
Publisher:
Black Eagle Books
Binding:
Paperback
Date of Pub.:
Nov 23, 2022
Edition:
-
Language:
-
ISBN:
9781645600947
Dimensions:
-
Weights:
199.58g
Contact Us
Contact Person
Ms. Annie Chau
Email Address
annie.chau@apbookshop.com
Fax No.
+852 2391-7430
Office Hours
Mon to Fri: 9am to 6pm
Sat, Sun and Public Holidays: Closed
General Enquiry
Sanja Sakale: Odia only, ISBN: 9781645600947  
This site use cookies. By continuing to browse this site you are agreeing to our use of cookies.